Spread the love

କାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି ଖଲିସ୍ତାନୀ। ମନ୍ଦିର ଭିତରେ ପଶି ଶ୍ରଦ୍ଧାଳୁଙ୍କ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ତାଙ୍କ ସହ ମାର୍‌ପିଟ୍‌ ମଧ୍ୟ କରାଯାଇଛି। କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ ହୋଇଛି। ଏହି ପୂରା ଘଟଣାର ଭିଡିସ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହିନ୍ଦୁ ଫୋରମ୍ କାନାଡା ଏହି ଘଟଣାର ଭିଡିଓକୁ X ହ୍ୟାଣ୍ଡେଲରେ ଶେୟାର କରିଛି। ଏଥିରେ ଖାଲିସ୍ତାନୀଙ୍କ ହାତରେ ହଳଦିଆ ପତାକା ଧରି ମନ୍ଦିର ପରିସରରେ ପଶି ହଙ୍ଗାମା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଏକ ଲାଠିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।

ସେପଟେ ମନ୍ଦିର ଭିତରେ ହୋଇଥିବା ଏହି ଆକ୍ରମଣକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଓ ସାଂସଦ କଡ଼ା ନିନ୍ଦା କରିଛନ୍ତି। ଜଷ୍ଟିନ୍‌ ଟ୍ରୁଡୋ କହିଛନ୍ତି, ‘ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ, କାନାଡାରେ ସମସ୍ତଙ୍କର ନିଜର ଧର୍ମ ପାଳନ କରିବାର ଅଧିକାର ରହିଛି।’

ସେପଟେ ବ୍ରାମ୍ପଟନର ମେୟର ପ୍ୟାଟ୍ରିକ୍‌ ବ୍ରାଉପ ଏହି ପୂରା ଘଟଣାକୁ ନେଇ ନିରାଶ ଥିବା କହିଛନ୍ତି। ଧାର୍ମିକ ସ୍ୱାଧୀନତା କାନାଡାର ଏକ ମୌଳିକ ମୂଲ୍ୟ ଅଟେ। ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପୂଜା ସ୍ଥାନରେ ନିଜକୁ ସୁରକ୍ଷିତ ଅନୁଭବ କରିବା ଉଚିତ୍। ପୂଜା ସ୍ଥାନ ବାହାରେ କୌଣସି ହିଂସା କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି। ଯେଉଁମାନେ ଦୋଷୀ ସେମାନଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିର କମ୍ପ୍ଲେକ୍ସର ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାକୁ ଦେଖିବା ପରି ଲାଗୁଛି ଯେ କାନାଡାରେ ଆଇନ ଏବଂ ଶୃଙ୍ଖଳା ଭଳି କିଛି ନାହିଁ। ଖଲିସ୍ତାନୀମାନେ ମନ୍ଦିର ଭିତରେ ହଙ୍ଗାମା କରିବା ବେଳେ ସେଠାରେ କୌଣସି ସୁରକ୍ଷାକର୍ମୀ କିମ୍ବା ପୁଲିସ୍ ଦୃଶ୍ୟମାନ ହେଉନାହାଁନ୍ତି। ଏଭଳି ପରିସ୍ଥିତିରେ କାନାଡା ପୁଲିସ ଖଲିସ୍ତାନୀଙ୍କୁ ସୁରକ୍ଷା ଦେଇଥିବା ନେଇ ଅଭିଯୋଗ ହୋଇଛି। ପ୍ରଶ୍ନ ଉଠିଛି ଯେ ଏତେ ବଡ ଘଟଣା ସତ୍ତ୍ୱେ ପୁଲିସ କାହାକୁ ଗିରଫ କରିନାହିଁ। ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟ ଅଭିଯୁକ୍ତକୁ ଚିହ୍ନଟ କରିବାରେ ପୁଲିସ ସକ୍ଷମ ହୋଇପାରି ନାହିଁ।

Leave a Reply

Your email address will not be published. Required fields are marked *