Spread the love

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଶାଲ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମାଡ଼ଗୋଳ ଘଟଣାରେ ୩ ବିଜେଡ଼ି ନେତାଙ୍କ ନାଁରେ ମାମଲା। ବ୍ୟୋମକେଶ, ଲେଲିନ ଓ ବବି ଖାନଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।

ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଛି। ରେଭେନ୍ସା ଛାତ୍ରଙ୍କୁ ମଶାଲ ଶୋଭାଯାତ୍ରା ବେଳେ ମାଡ ମାରିବା ଧମକଚମକ ଦେବା ସହ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରମାନେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

୩ ବିଜେଡ଼ି ନେତାଙ୍କ ନାଁରେ ମାମଲା ହେବା ପରେ ବିଜେଡି ପ୍ରତିକ୍ରିୟା ରଖିଛି। ପ୍ରେସ୍ ରିଲିଜ୍ ଜାରି କରି ଦଳ କହିଛି ଯେ, ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି। ବିଜେଡି ଏହାକୁ ନିନ୍ଦା କରୁଛି। ବିରୋଧ ଶାନ୍ତି ପୂର୍ଣ୍ଣ ଥିଲା। ଯେଉଁଥିରେ ଆଲୁମନି ଓ ପୂର୍ବତନ ଛାତ୍ର ସାମିଲ ହୋଇଥିଲେ। ଅହିଂସା ଓ ଶୃଙ୍ଖଳିତ ଭାବେ ଶୋଭାଯାତ୍ରା କରାଯାଇଥିଲା । କିନ୍ତୁ ବିଜେଡି ନେତାଙ୍କୁ ଟାର୍ଗେଟ୍ କରାଯାଇଛି। ଏହା ବିଭ୍ରାନ୍ତିକର ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି କହିଛି ।

Leave a Reply

Your email address will not be published. Required fields are marked *