Spread the love

ତାମିଲନାଡୁ AIADMK ପାର୍ଟିର ଜଣେ କର୍ମୀଙ୍କୁ ହତ୍ୟା। ପୁଡୁଚେରୀ ସୀମା କୁଦ୍ଦାଲୋର ଅଞ୍ଚଳରେ ତାଙ୍କୁ ହତ୍ୟା କରା ଯାଇଥିବା ସୂଚନା ମିଳିଛି।

ଖବର ମୁତାବକ, ମୃତ AIADMK କର୍ମୀ ହେଉଛନ୍ତି ପଦ୍ମନାଭନ। ସେ ଥିରୁପାପୁଲିୟୁର ଅଞ୍ଚଳରେ ରହିଥିଲେ। ସେଠାରେ ମଧ୍ୟ ତାଙ୍କର ଏକ ଦୋକାନ ରହିଛି। କୌଣସି କାମରେ ସେ ବାଗୁରା ଗାଁକୁ ଯାଇଥିଲେ। ଏହି ସମୟରେ କିଛି ଦୃର୍ବୃତ୍ତ ତାଙ୍କୁ ପିଛା କରି ହତ୍ୟା କରିଥିବା ଜଣାପଡ଼ିଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, ପଦ୍ମନାଭନ ବାଗୁରା ଗାଁରୁ ବାଇକ୍ ଯୋଗେ ଫେରିବା ବେଳେ କାରରେ ଏକ ଗ୍ୟାଙ୍ଗ୍ ତାଙ୍କୁ ପିଛା କରିଥିଲା। ବାଗୁରା ଗାଁରୁ ପିଛା କରି ଆସିବା ପରେ କୁଦ୍ଦାଲୋର ନିକଟରେ ହତ୍ୟା କରିଥିଲେ।

ଖବର ଲେଖା ହେବା ସୁଦ୍ଧା ମାମଲାରେ କେହି ଗିରଫ ହୋଇନଥିଲେ। ପୁଲିସ ମୃତଦେବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏକ ଟିମ୍ ଗଠନ କରି ତଦନ୍ତ କରୁଛି। ପଦ୍ମନାଭନଙ୍କ ବିରୁଦ୍ଧରେ ପୂର୍ବରୁ ହତ୍ୟା ମାମଲା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *