Spread the love

କେନ୍ଦୁଝର: କେନ୍ଦୁଝରର ଘଟଗାଁ ମା ତାରିଣୀଙ୍କ ମନ୍ଦିର ପରିସରରେ ଜଣେ ଭକ୍ତ ଧାରୁଆ ବ୍ଲେଡରେ ନିଜ ଜିଭ କାଟି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ଗଞ୍ଜାମର ବିଜୟ ପ୍ରଧାନ ବୋଲି ସୂଚନା ମିଳିଛି।

ତେବେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ବିଜୟ ମା’ ତାରିଣୀଙ୍କ ନିକଟରେ ମାନସିକ ରଖିଥିଲେ। ମାନସିକ ପୂରଣ ପରେ ସେ ଏଭଳି କରିଥିବା ଜଣାପଡିଛି।

ମନ୍ଦିର ପରିସରରେ ପ୍ରବଳ ରକ୍ତ ବୋହିବାରୁ ମନ୍ଦିର କର୍ମଚାରୀ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ।

Leave a Reply

Your email address will not be published. Required fields are marked *