Spread the love

ନରସିଂହପୁର: ବାହାଘର ପ୍ରୋସେସନରେ ଅଘଟଣ। ପୁଅ ବାହାଘର ପ୍ରୋସେସନ୍‌ରେ ଚାଲିଗଲା ବାପାର ଜୀବନ। ପ୍ରୋସେସନ୍‌ ବେଳେ ବରଯାତ୍ରୀ ବସ୍ ଧକ୍କାରେ ବରର ବାପା ମୃତ।ନରସିଂହପୁର ଥାନା ଚତରାପଦା ଛକରେ ଚଢ଼ିଗଲା ବରଯାତ୍ରୀ ବସ୍।

ସୂଚନା ଅନୁସାରେ, ବିବାହ ପାଇଁ ବରଯାତ୍ରୀ ଧରି ନରସିଂହପୁରରୁ ଯାଉଥିବା ବେଳେ ବରର ବାପାଙ୍କୁ ପଛପଟୁ ଧକ୍କା ଦେଇଥିଲା ବରଯାତ୍ରୀ ବସ୍। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ମୃତକ ଜଣଙ୍କ ହେଲେ ବିମ୍ବାଧର ନାୟକ । ପୁଅର ବାହାଘର ପାଇଁ ପରିବାରରେ ଖୁସିର ମହୋଲ ଥିବା ବେଳେ ଏହି ଘଟଣା ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *