Spread the love

ନୂଆଦିଲ୍ଲୀ : ୧୨୭ ବର୍ଷ ବୟସରେ ଯୋଗ କରି ବିଶ୍ବକୁ ବାର୍ତ୍ତା ଦେଲେ ଭାରତର ସବୁଠାରୁ ବୟସ୍କ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ । ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାମୀ ଶିବାନନ୍ଦ ଯୋଗ କରିବା ସହ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିଶ୍ବ ଯୋଗ ଦିବସ ଅବସରରେ ଭାଗ ନେବା ଲାଗି ବର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ସୁବାସ ଘାଇ ଯୋଗ ଦେଇ ସ୍ୱାମୀ ଶିବାନନ୍ଦଙ୍କ ଭୂୟସୀ ପ୍ରସଂଶା କରିଥିଲେ।
୧୨୭ ବର୍ଷ ବୟସରେ ଆଜି ବି ନିୟମିତ ଯୋଗ କରୁଛନ୍ତି ସ୍ୱାମୀଜୀ। ଆଜି ବି ସେ ଫିଟ୍, କେବଳ ଯେ ଶାରୀରିକ ନୁହଁ ବରଂ ମାନସିକ ସ୍ତରରେ ତାଙ୍କୁ ଫିଟ ଯୋଗ ହିଁ ସହାୟତା କରିଛି ବୋଲି କହିଛନ୍ତି ସୁବାସ ଘାଇ। ଏହି ଇଭେଣ୍ଟରେ ସ୍ୱାମୀ ଶିବାନନ୍ଦ ଯୋଗର ଭିନ୍ନ ଭିନ୍ନ ମୁଦ୍ରାକୁ କରି ଦେଖାଇଥିଲେ ଯାହା ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା ।
ସ୍ୱାମୀ ଶିବାନନ୍ଦ ୧୮୯୬ ମସିହା ଅଗଷ୍ଟ ୮ ତାରିଖରେ ବେଙ୍ଗଲ ପ୍ରେସିଡେନ୍ସିର ସେହଲତରେ ଜନ୍ମ ଗ୍ରହଣ କରିଥିଲେ। ୨୧ ମାର୍ଚ୍ଚ ୨୦୨୨ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ।

Leave a Reply

Your email address will not be published. Required fields are marked *