Spread the love

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ଆଉ କିଛି ମାସ ପରେ ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ୨ ଜଣ ଆଖି ବୁଜି ସାରିଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିଛି ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ବ୍ୟକ୍ତି ଘରୋଇ ନର୍ସିଂହୋମ ଏବଂ ଘରେ ରହି ଚିକିତ୍ସିତ ହେଉଛନ୍ତି।

ରାସ୍ତାତଳେ ଦେଇ ଯାଇଥିବା ପାଣି ପାଇପ୍‌ରେ ନଳାପାଣି ଏବଂ ପଙ୍କ ମିଶୁଥିବାରୁ ଏହି ପାଣି ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ସାହିଯାତ ସମୟରେ କିଛି ଲୋକ ଦୂଷିତ ଖାଦ୍ୟ ଖାଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର କହିଛନ୍ତି, ପ୍ରତ୍ୟେକ ଦିନ ୫ରୁ ୭ଜଣ ଝାଡାବାନ୍ତି ସଂକ୍ରମିତ ବ୍ୟକ୍ତି ଜିଲା ସଂକ୍ରାମକ ରୋଗ ଚିକିତ୍ସାଳୟକୁ ଯାଉଛନ୍ତି। ସେମାନଙ୍କୁ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି ।ଯେଉଁ ଅଞ୍ଚଳରେ ସଂକ୍ରମିତ ରୋଗୀ ଅଛନ୍ତି ସେଠାକୁ  ଡାକ୍ତରୀ ଦଳ ପଠାଯିବା ସହ ଔଷଧ ଦିଆଯାଉଥିବା  ଡାକ୍ତର ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *