Spread the love

ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିବ ତାତି। ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ ଦିନ ଯାଏଁ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ଆକଳନ କରିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଂଟା ଯାଏଁ ପାଗରେ ପରିବର୍ତ୍ତନ ହେବାର ନାହିଁ। କିନ୍ତୁ ଏହାପରେ ଅର୍ଥାତ୍ ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ରୁ ଦିନ ଯାଏଁ ଦିନର ତାପମାତ୍ରା ପ୍ରାୟ ୬ରୁ ୮ ଡିଗ୍ରି ଯାଏଁ ବଢ଼ିବାର ସମ୍ଭାବନା ରହିଛି। ୧୭ ଓ ୧୮ ତାରିଖ ବେଳକୁ ତାତି ପିକ୍‌ଅପ୍‌ରେ ପହଂଚିବ। ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସୂଚନାଯୋଗ୍ୟ, ବିଗତ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ ଜିଲ୍ଲାରେ ବର୍ଷା ହୋଇଛି। ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରାର ପ୍ରଭାବ ଦେଖାଯାଇ ନାହିଁ।

Leave a Reply

Your email address will not be published. Required fields are marked *