Spread the love

ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରେ ଏହା ସହାୟକ ହୁଅନ୍ତା

କେନ୍ଦ୍ରାପଡା :  ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ରାପଡା ଏକ ପଛୁଆ ଜିଲ୍ଲାଭାବେ ଗଣାହେବ | କାରଣ ଏହି ଜିଲ୍ଲା ରାଜଧାନୀରୁ ମାତ୍ର ୯୦ କି.ମି. ଦୂରରେ ଅବସ୍ଥିତ ହୋଇଥିଲେ ବି ଲୋକମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇ ପାରନ୍ତି ନାହିଁ | ରୋଗ ସାମାନ୍ୟ ଜଟିଳ ଆଡକୁ ଯାଇଥିବା ଦେଖିବା ମାତ୍ରକେ କଟକ ରଫର କରିଦିଅନ୍ତି ଡାକ୍ତରମାନେ | ଏଭଳିସ୍ଥିତିରେ ଜିଲ୍ଲାର ଡାକ୍ତରଖାନାଗୁଡ଼ିକର ଅବସ୍ଥା ମଧ୍ୟ କହିଲେ ନସରେ | ମାତ୍ର ସୌଭାଗ୍ୟର କଥା ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥା ଜିଲ୍ଲାର ମେଡିକାଲ ଗୁଡ଼ିକର ଭିତ୍ତିଭୂମୀ ସଜାଡିବାରେ ଏବେ ବେଶ ସକ୍ରିୟ ଥିବା ପରିଲକ୍ଷିତ ହୋଇଛି | ଡାକ୍ତରଖାନା ଗୁଡ଼ିକ ଯଦିଓ ଚକାଚକ ମାତ୍ର ଏବେ ବି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ମନୋଭାବ ବଦଳୁନାହିଁ | ଏହାର ଏକ ସଦ୍ୟତମ ଉଦାହରଣ ହେଉଛି ନର୍ସିଂ କଲେଜଗୁଡ଼ିକର କ୍ଲିନିକାଲ ପରମିସନ ଦେବାରେ କେନ୍ଦ୍ରାପଡା ସିଡ଼ିଏମ୍‌ଓଙ୍କ ଖାମଖିଆଲି ମନୋଭାବ |
ଜଣାଯାଇଛି ଯେ କେନ୍ଦ୍ରାପଡ଼ା ସିଡ଼ିଏମଓ ଅନୀତା ପଟ୍ଟନାୟକଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ବେ ମଧ୍ୟ ସେ ନର୍ସିଂ କଲେଜଗୁଡ଼ିକୁ କ୍ଲିନିକାଲ ପରମିଶନ ଦେବାରେ ବେଶ ଖାମ୍‌ଖିଆଲି ମନୋଭାବ ପ୍ରଦର୍ଶନ କରୁଛନ୍ତି | ଏହାଫଳରେ ଛାତ୍ରଛାତ୍ରୀମାନେ ନର୍ସିଂ ଶିକ୍ଷାରେ ପ୍ରାକ୍‌ଟିକାଲ ଟ୍ରନିଂ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଜିଲ୍ଲାର ବିଭିନ୍ନ ହସ୍‌ପିଟାଲମାନଙ୍କରେ ନର୍ସିଂ ଟ୍ରନିଂ ନେଉଥିବା ଛାତ୍ରଛାତ୍ରୀମାନେ ପ୍ରାକ୍‌ଟିକାଲ ଟ୍ରେନିଂ ନେବା ଲାଗି ସିଡ଼ିଏମଓଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଅନୁରୋଧ କରାଗଲେ ବି କାର୍ଯ୍ୟାଳୟ ପକ୍ଷରୁ ଅନୁମତି ପ୍ରଦାନ ଲାଗି ଆଜିକାଲି କୁହାଯାଇ ଠକାଯାଉଛି |

ଏହି ଅସୁବିଧା ସିଡ଼ିଏମଓ ମାଡାମଙ୍କ ଦୃଷ୍ଟିକୁ ଅଣାଗଲା ପରେ ସେ କାର୍ଯ୍ୟାନୁଷ୍ଠାନ ନେବେ କଣ ଓଲଟି କିଛି ଅନୁଷ୍ଠାନକୁ ପାତରଅନ୍ତର ନୀତିରେ ଅନୁମତି ଦେବା ବେଳେ କିଛି ଅନୁଷ୍ଠାନକୁ କେବଳ କନସେଣ୍ଟ ଦେଇ ଅନୁମତି ଲାଗି ଆକିକାଲି କହୁଛନ୍ତି | ଏହାଫଳରେ ପିଲମାନେ ପ୍ରାକ୍‌ଟିକାଲ ଟ୍ରେନିଂ ନେବାର ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କେବଳ ସେତିକି ନୁହେଁ ଏହାଦ୍ବାରା ପିଲାମାନେ ରାଜ୍ୟ ସରକାରଙ୍କ ନିକଟରୁ ପ୍ରମାଣପତ୍ର ପାଇବାରେ ଅସୁବିଧାର ସମ୍ମୁଖୀନ ହେବା ସହିତ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ଦିଆଯାଉଛି ବୋଲି ଛାତ୍ରଛାତ୍ରୀ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି |

କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ନର୍ସିଂ ପିଲାମାନେ ପ୍ରାକଟିକାଲ ଟ୍ରେନିଂ ସହ ସ୍ବାସ୍ଥ୍ୟସେବା ଯୋଗାଇବାରେ ବହୁତ ସହାୟକ ସାବ୍ୟସ୍ତ ହୋଇପାରେନ୍ତ | ମାତ୍ର ସିଡ଼ିଏମଓଙ୍କ ମନମାନୀ ଓ ଖାମଖିଆଲ ମନୋଭାବ ଲାଗି ଏହା ସମ୍ଭବ ହେଉନି | ରାଜ୍ୟ ସରକାରଙ୍କ ୫-ଟି ଅଧ୍ୟକ୍ଷ ଏ ନଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାର ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି |

Leave a Reply

Your email address will not be published. Required fields are marked *