Spread the love

 

v

ନୂଆଦିଲ୍ଲୀ: ଅନଲାଇନରେ ପବଜି ଗେମ ଖେଳୁଥିବା ବେଳେ ପାକିସ୍ତାନର ବ‌ାସିନ୍ଦା ଭାରତରେ ରହୁଥିବା ସୀମା ହାଇଦରଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହାପରେ ସେ ପାକିସ୍ତାନ ସୀମା ଅତିକ୍ରମ କରି ଭାରତରେ ନିଜ ପ୍ରେମିକଙ୍କ ପାଖରେ ଆସି ପହଞ୍ଚିଯାଇଥିଲେ।
ସମ୍ପ୍ରତି ସୀମା ହାଇଦର ଗ୍ରେଟର ନୋଏଡାରେ ସଚିନ ମିଣାଙ୍କ ସହିତ ନିଜର ଚାରିଜଣ ପିଲାଙ୍କ ସହିତ ବସବାସ କରୁଛନ୍ତି। ଏଥିସହିତ ସେ ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବେ ଆପଣାଇ ନେଇଛନ୍ତି।
ସୀମା ଶାଶୁଘରେ ସ୍ବାମୀ ସଚିନଙ୍କ ସହିତ ଖୁସିଥିବା ବେଳେ ପ୍ରତିଦିନ ଦୁହେଁ ମିଶି ରିଲ୍ସ କରୁଛନ୍ତି। ସୀମାଙ୍କ ରିଲ୍ସକୁ ତାଙ୍କ ପ୍ରଶଂସକମାନେ ବେଶ ପସନ୍ଦ ବି କରୁଛନ୍ତି। ଯଦ୍ବାରା ସୀମା ୟୁଟ୍ୟୁବ ଦ୍ବାରା ଟଙ୍କା ରୋଜଗାର ବି କରି ପାରୁଛନ୍ତି।
ସୀମା ହାଇଦର ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି,‘ମୁଁ ୫ମ ଶ୍ରେଣୀ ଯାଏଁ ପାଠପଢ଼ିଛି। କାରଣ ମୁଁ ଯେଉଁ ଗ୍ରାମରେ ବସବାସ କରୁଥିଲି ସେଠାରେ ଝିଅମାନଙ୍କୁ ଅଧିକ ପାଠପଢ଼ିବାର ଅନୁମତି ନଥିଲା। କାରଣ ଗାଁ ସ୍କୁଲ‌‌ରେ ୫ମ ଶ୍ରେଣୀ ଯାଏଁ ଥିଲା। ଅଧିକ ପାଠପଢ଼ିବାକୁ ହେଲେ ଅନ୍ୟ ଗାଁକୁ ଯିବାକୁ ପଡ଼ିଥାଆନ୍ତା। ତେଣୁ ଘରଲୋକ ଏଥିପାଇଁ ରାଜି ହୋଇ ନଥିଲେ।’
ଗାଁ ସ୍କୁଲରେ ୫ମ ଶ୍ରେଣୀ ଯାଏଁ ପାଠପଢ଼ିବା ସତ୍ତ୍ବେ କିପରି ଇଂରାଜୀ କହି ପାରୁଛ ବୋଲି ସୀମାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥି‌ଲେ,‘ ଇଂରାଜୀ ଶବ୍ଦ ମୁଁ ‌ମୋବାଇଲରେ ଭିଡିଓ ଦେଖି ଶିଖିଛି। କଥା ହେବା ସମୟରେ ଅଧିକରୁ ଅଧିକ ଇଂରାଜୀ ଶବ୍ଦ ବ୍ୟବହାର କରିଥାଏ। ଯେଉଁ କାରଣରୁ ସ୍ପଷ୍ଟ ନହେଲେ ବି କିଛିମାତ୍ରାରେ ଇଂରାଜୀ କହିବା ମୁଁ ଶିଖି ଯାଇଛି।’

 

Leave a Reply

Your email address will not be published. Required fields are marked *