
ଭାଇରାଲ ହେଉଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ନିର୍ବାଚନ ଆୟୋଗ ନିର୍ବାଚନ ଯୋଜନାରେ ଆରମ୍ଭ ଓ ଶେଷ ତାରିଖ ଗଣନା ଉଦ୍ଦେଶ୍ୟରେ ୨୦୨୪ ଏପ୍ରିଲ ୧୬ ତାରିଖକୁ ସୂଚକାଙ୍କ ଭାବେ ଅସ୍ଥାୟୀ ମତଦାନ ଦିବସ ଭାବେ ଧାର୍ଯ୍ୟକରାଯାଇଥିବା କଥା କୁହାଯାଇଛି । ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ଯୋଜନାରେ ଦିଆଯାଇଥିବା ସମୟସୀମାକୁ ପାଳନ କରିବା ସର୍ତ୍ତରେ ଦିଲ୍ଲୀର ସମସ୍ତ ୧୧ ଟି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ବୋଲି ଏଥିରେ କୁହାଯାଇଛି ।
ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୋସିଆଲ ମିଡିଆ ସାଇଟ ଏକ୍ସରେ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏହି ତାରିଖଟି କେବଳ ନିର୍ବାଚନରେ ସଂପୃକ୍ତ ଅଧିକାରୀଙ୍କ ରେଫରେନ୍ସ ପାଇଁ ସୂଚୀତ କରାଯାଇଛି ଯେପରିକି ସେମାନେ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ଯୋଜନା ଅନୁସାରେ କାର୍ଯ୍ୟାବଳୀର ପ୍ରସ୍ତୁତି କରିପାରିବେ ।