
ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ଏହି ଫଟୋଗୁଡ଼ିକ ଗତ ବର୍ଷ ଡିସେମ୍ବର ୧୬ରେ ଉଠାଯାଇଥିଲା। କିନ୍ତୁ ସେହି ଦିନଠାରୁ ଅଯୋଧ୍ୟାରେ ଘନ କୁହୁଡ଼ି ଯୋଗୁ ସ୍ପଷ୍ଟ ଚିତ୍ର ନେବା କଷ୍ଟକର ହୋଇପଡିଥିଲା। ଏହି ଚିତ୍ରଗୁଡିକୁ ହାଇଦ୍ରାବାଦର ଭାରତୀୟ ସ୍ପେସ ଏଜେନ୍ସିର ନ୍ୟଶନାଲ ରିମୋଟ ସେନ୍ସିଂ ସେଣ୍ଟର ଦ୍ୱାରା ଜାରି କରାଯାଇଛି।
ରାମ ମନ୍ଦିର ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଇସ୍ରୋର ପ୍ରଯୁକ୍ତିବିଦ୍ୟା ମଧ୍ୟ ବ୍ୟବହୃତ ହୋଇଛି। ଏହି ବୃହତ ପ୍ରକଳ୍ପର ଏକ ପ୍ରମୁଖ ଆହ୍ୱାନ ଥିଲା ପ୍ରଭୁ ରାମଙ୍କ ପ୍ରତିମା ସ୍ଥାପନ ପାଇଁ ପ୍ରକୃତ ସ୍ଥାନ ଚିହ୍ନଟ କରିବା। ମନ୍ଦିର ନିର୍ମାଣ ଦାୟିତ୍ୱ ଯେଉଁ ଟ୍ରଷ୍ଟକୁ ଦିଆଯାଇଥିଲା ସେହି ମୂର୍ତ୍ତିଟି ପବିତ୍ର ମନ୍ଦିର ଭିତରେ ୩X୬ ଫୁଟ ସ୍ଥାନରେ ରଖାଯାଉ ବୋଲି ଟ୍ରଷ୍ଟ ଚାହୁଁଥିଲା। ସେଠାରେ ପ୍ରଭୁ ରାମ ଜନ୍ମ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ।
ଆସନ୍ତାକାଲି ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପୂରା ଦେଶ ବେଶ୍ ଉତ୍ସାହର ସହ ଅପେକ୍ଷା କରି ରହିଛି। ଜାନୁଆରୀ ୨୧ ହେଉଛି ରୀତିନୀତିର ଷଷ୍ଠ ଦିନ ଯାହା ଆଜି ସନ୍ଧ୍ୟା ସୁଦ୍ଧା ଶେଷ ହେବ। ଆଜି ସନ୍ଧ୍ୟାରେ ହିଁ ନୂତନ ମନ୍ଦିରରେ ରାମଲଲାଙ୍କ ପ୍ରତିମା ସ୍ଥାପନ କରାଯିବ। ଏହା ପରେ ଜାନୁଆରୀ ୨୨ରେ କୋଟି କୋଟି ଭକ୍ତଙ୍କ ସାମ୍ନାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ।