Spread the love

 

IMAGE_1705841835

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଜାରି ରହିକି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ମଣିପୁରରୁ ବାହାରି ଏହି ଯାତ୍ରା ଏବେ ଆସାମରେ ପହଞ୍ଚି। ଆସାମରେ ଏହି ଯାତ୍ରାର ଆଜି ଚତୁର୍ଥ ଦିନ। ତେବେ କଂଗ୍ରେସର ଏହି ଯାତ୍ରା ବେଳେ ‘ମୋଦି ମୋଦି’ ନାରାରେ କମ୍ପିଛି ପୂରା ଅଞ୍ଚଳ।

ପ୍ରକୃତରେ ଆସାମର ସୋନିତପୁର ଜିଲ୍ଲାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧିଙ୍କ ବସ୍‌କୁ ଲୋକଙ୍କ ଭିଡ ଅଟକାଇ ଦେଇଥିଲା। ଏହାପରେ କଂଗ୍ରେସ ନେତାମାନେ ବସ୍‌ରୁ ଓହ୍ଲାଇ ତଳକୁ ଆସିଥିଲେ। ଏହି ସମୟରେ ଭିଡ ଭିତରେ ଥିବା କିଛି ଲୋକେ ମୋଦି ମୋଦି ନାରା ଦେଇଥିଲେ। ଏଥିସହ ଲୋକମାନେ ହାତରେ ବିଜେପି ପତକା ଧରିବା ସହ ଜୟ ଶ୍ରୀ ରାମ ସ୍ଲୋଗାନ ମଧ୍ୟ ଦେଇଥିଲେ।

ରାହୁଲ ଗାନ୍ଧି ସେୟାର କରିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ‘କେତେକ ଲୋକ ରାସ୍ତାରେ ବିଜେପି ପତାକା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେ ଲୋକଙ୍କ ନିକଟରେ ପହଞ୍ଚିବା ମାତ୍ରେ ସେଠାରେ ଠିଆ ହୋଇଥିବା ଲୋକମାନେ ଜୟ ଶ୍ରୀ ରାମ ଏବଂ ମୋଦି ମୋଦିଙ୍କ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସେମାନଙ୍କ ହାତରେ ତ୍ରିରଙ୍ଗା ପତାକା ଏବଂ ଗେରୁଆ ରଙ୍ଗର ପତାକା ମଧ୍ୟ ଧରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ପୋଷ୍ଟ କରି ରାହୁଲ ଗାନ୍ଧି କ୍ୟାପସନରେ ଲେଖିଛନ୍ତି, ‘ସମସ୍ତଙ୍କ ପାଇଁ ପ୍ରେମର ଦୋକାନ ଖୋଲା ଅଛି। ଯୋଡିହେବ ଭାରତ। ଜିତିବ ହିନ୍ଦୁସ୍ତାନ।’

ରାହୁଲ ଗାନ୍ଧି କହିଛନ୍ତି, ‘୨୦ରୁ ୨୫ ବିଜେପି କର୍ମୀ ହାତରେ ଲାଠି ଧରି ବସ୍ ସାମ୍ନାକୁ ଆସିଥିଲେ। ମୁଁ ବସ୍ ଭିତରୁ ବାହାରକୁ ଆସିବା ପରେ ସେମାନେ ସେଠାରୁ ପଳାଇ ଯାଇଥିଲେ। ବିଜେପି ଏବଂ ଆରଏସଏସକୁ କଂଗ୍ରେସ ଭୟ କରୁଛି ବୋଲି ସେମାନେ ଭାବୁଛନ୍ତି। ଏହା କେବଳ ତାଙ୍କର ସ୍ୱପ୍ନ। ସେମାନେ ଯେତେ ଚାହିଁବେ ପୋଷ୍ଟର ଏବଂ ପ୍ଲାକାର୍ଡ ଛିଣ୍ଡାଇ ପାରନ୍ତି, ଆମେ ଏହାକୁ ଧ୍ୟାନ ଦେଉନାହୁଁ। ଆମେ କାହାକୁ ଭୟ କରୁନାହୁଁ।, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଭୟ କରୁନାହୁଁ।’

ପ୍ରକୃତରେ ସୋନିତପୁରରେ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧିଙ୍କ ବସ୍‌ ଆଗକୁ କିଛି ଲୋକେ ଆସିଥିଲେ। ଏହାପରେ ରାହୁଲ ଗାନ୍ଧି ତଳକୁ ଓହ୍ଲାଇ ପଦଯାତ୍ରା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ସୁରକ୍ଷା ବାହିନୀ ତାଙ୍କୁ ବସ୍‌ରେ ବସିବାକୁ ବାଧ୍ୟ କରିଥିଲେ। ଏହି ସମୟରେ ଭିଡ ଭିତରେ ଥିବା ଲୋକେ ମୋଦି ମୋଦି ନାରା ଦେଇଥିଲେ। ଏହାକୁ ଦେଖି ରାହୁଲ ସେମାନଙ୍କୁ ଫ୍ଲାଇଂ କିସ୍‌ ଦେଇଥିଲେ। ତେବେ ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ବିଜେପି କର୍ମୀମାନେ ଆକ୍ରମଣ କରିଥିବା କଂଗ୍ରେସ ଦାବି କରିଛି।

 

Leave a Reply

Your email address will not be published. Required fields are marked *