
ଫତେଗଡ଼ ପାହାଡ଼ ଉପରେ ନିର୍ମାଣ କରାଯାଇଛି ଭବ୍ୟ ପ୍ରଭୁ ଶ୍ରୀରାମ ମନ୍ଦିର। ଗତ ୧୭ ତାରିଖରୁ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ବିଧି ବିଧାନ ଅନୁସାରେ ପ୍ରତିଦିନ ପୂଜା ଚାଲିଛି। ଆଉ ଶ୍ରଦ୍ଧାଳୁମାନେ ପୂଜାରେ ସାମିଲ୍ ହେଉଛନ୍ତି। ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ ପାହାଡ ଉପରେ ଅତି ସଙ୍କୀର୍ଣ୍ଣ ରାସ୍ତା ନିର୍ମାଣ କରାଯାଇଛି। ସେହି ରାସ୍ତାରେ ଆଜି ଏକ ଟ୍ରାକ୍ଟରରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଯାଉଥିଲେ। ତେବେ ମଝି ରାସ୍ତାରେ ଟ୍ରାକ୍ଟର ଡାଲା ଓଲଟି ପଡ଼ିଥିଲା। ଯାହାଫଳରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।
ଆହତମାନଙ୍କୁ ଉଦ୍ଧାର କରାଯାଇ ଭାପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ କିଛି ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।