
ଗତକାଲି ବିଳମ୍ବିତ ରାତିରେ ଜିତେନ୍ଦ୍ର ନିଜ କାର୍ରେ ତାଳଚେରୁ ଟଙ୍କାବ୍ୟାଗ ଧରି ନିଜ ଘର ଅସ୍ତରଙ୍ଗ ଆସୁଥିବା ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇଥିଲା। ବାଲିଅନ୍ତାରେ ନିକଟରେ ଜିତେନ୍ଦ୍ରଙ୍କ ଗାଡ଼ିକୁ ଭିଜିଲାନ୍ସ ଅଧିକାରୀ ଅଟକାଇଥିଲେ। ପରେ ତାଙ୍କ ଗାଡ଼ି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ୧୧, ୧୫, ୪୭୦ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ। ତେବେ ଏତେ ଟଙ୍କା ଜିତେନ୍ଦ୍ର କେଉଁଠୁ ଆଣିଲେ, ଏହି ଟଙ୍କା କାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏନେଇ ଭିଜିଲାନ୍ସ ଅଧିକାରୀଙ୍କର ଜିତେନ୍ଦ୍ରଙ୍କ ଉପରେ ସନ୍ଦେହ ହୋଇଥିଲା। ପରେ ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ରଙ୍କ ପୈତୃକ ଘର ଓ ତାଳଚେର ଭଡ଼ା ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।