
ସିଦ୍ଧୁଙ୍କ ଦ୍ୱାରା ଆୟୋଜିତ ରାଲିକୁ ନେଇ ଯାଦବ କହିଛନ୍ତି ଯେ ବୈଠକ ସମୟରେ ଏହା ତାଙ୍କ ନଜରକୁ ଆସିଛି। ମୁଁ ସବିଶେଷ ତଥ୍ୟ ନେଇଛି ଏବଂ ମୁଁ ସିଦ୍ଧୁଙ୍କ ସହ କଥା ହେବି ବୋଲି ପଞ୍ଜାବ କଂଗ୍ରେସ ମୁଖ୍ୟ କହିଛନ୍ତି। ସେ କହିଛନ୍ତି ଯେ ଦଳର ଶୃଙ୍ଖଳା ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ସିଦ୍ଧୁ ଅନୁଶାସନର ଉଲ୍ଲଂଘନ କରୁଛନ୍ତି କି ବୋଲି ପଚରାଯିବାରୁ ଯାଦବ କହିଛନ୍ତି ଯେ ଏହାକୁ ଦେଖିବା ଏବଂ ବୁଝିବା ଆବଶ୍ୟକ ଏବଂ ତା’ପରେ ମୁଁ ମନ୍ତବ୍ୟ ଦେବି। ପ୍ରଭାରୀ ଦେବେନ୍ଦ୍ର ଯାଦବ କହିଛନ୍ତି ଯେ ସେ (ସିଦ୍ଧୁ) ଆସନ୍ତାକାଲି ମୋତେ ଭେଟିବେ ଏବଂ ମୁଁ ତାଙ୍କ ସହ ଆଲୋଚନା କରିବି। ବାସ୍ତବରେ ରାଜ୍ୟର ବରିଷ୍ଠ ନେତାଙ୍କୁ ନ ଜଣାଇ ସିଦ୍ଧୁ ବଠିଣ୍ଡାରେ ଦୁଇଟି ଏବଂ ହୋଶିଆରପୁରରେ ଗୋଟିଏ ରାଲି କରିଥିଲେ | ଆଉ ଏହି ରାଲି ପ୍ରସଙ୍ଗରେ ସିଦ୍ଧୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଡଜନରୁ ଅଧିକ ଦଳର ନେତା ଏହି ବୈଠକରୁ ଦୂରେଇ ରହିଥିଲେ।