Spread the love

 

08c296ad-75f5-4efc-a04e-d1dee846ec6f-750x430

ଭଦ୍ରକ: ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତିଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅମରଗଡ଼ିଆ ଗ୍ରାମ ନିକଟରେ ପାଟ୍ରୋଲିଂ ସମୟରେ ୪୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ସମ୍ପୃକ୍ତ ନରିପୁର ଗ୍ରାମର ଗୀତାରାଣୀ ବେହେରା ଓ ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ଉରେ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଉପ-ନିରୀକ୍ଷକ ଶ୍ରୀ ରବି ବେହେରା, ଏସ୍‌.ଆଇ ଅଭିଳାଷ ପାଲ୍ ଏବଂ ସନ୍ଦୀପ ପାଢ଼ୀ, ଏ.ଏସ୍‌.ଆଇ ଦୀପକ କୁମାର ରାଉତ, ରମେଶ ଓ ରଶ୍ମିରେଖା ଜେନା, କନେଷ୍ଟବଳ ସୁବାଶିଷ ରାଉତ, ମିଥୁନ ଜେନା, ଅଜୟ କୁମାର ଦାସ, ବିଭୂପ୍ରସାଦ ମଲ୍ଲିକ ପ୍ରଭୃତି ସାମିଲ ଥିଲେ। ଏନେଇ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି।

 

Leave a Reply

Your email address will not be published. Required fields are marked *