
ମାଲକାନଗିରି ସହର ଉପକଣ୍ଠ କୋଟେଲଗୁଡ଼ାରେ ବିମାନବନ୍ଦର ନିଜସ୍ବ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ୨୩୩ ଏକର ଅଞ୍ଚଳ ଜମିରେ ନିର୍ମିତ ହୋଇଛି । ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା । ବିମାନବନ୍ଦରରେ ରହିଛି ୧୬ଶହ ୨୦ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ । ପ୍ରଥମ ପର୍ଯ୍ୟାୟରେ ନନ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ରହିଛି । ଭୁବନେଶ୍ବର, ଝାରସୁଗୁଡ଼ା, ଜୟପୁର, ଉତକେଲା, ରଙ୍ଗେଇଲୁଣ୍ଡା, ରାଉରକେଲା ପରେ ମାଲକାନଗିରିରେ ଏୟାରପୋର୍ଟ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ଲକ୍ଷ୍ମୀ ବସ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟଙ୍କିକିଆ ଚାଉଳ ଆଦି ଯୋଜନା ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।