
ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଗତ ଜୁଲାଇ ୬ ତାରିଖରେ କୁକୁର ବନ୍ଧ୍ୟାକରଣ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ତେଣୁ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ ବନ୍ଧ୍ୟାକରଣ ବନ୍ଦ ରହିଥିଲା । ହେଲେ ସହରରେ ଦିନ କୁ ଦିନ ବୁଲା କୁକୁରଙ୍କ ଉପଦ୍ରବ ବଢି ଚାଲିଥିବାବେଳେ ଲୋକଙ୍କ ଅସନ୍ତୋଷକୁ ଦେଖି ବିଏମ୍ସି ନିଜଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି ।
ସୋମବାର ମାମଲାର ଶୁଣାଣି କରି ହାଇକୋର୍ଟ ପୁଣିଥରେ ଏବିସି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବିଏମସିକୁ ସବୁଜ ସଙ୍କେତ ଦେଇଛନ୍ତି । ଏନେଇବି ଏମସି ଡେପୁଟି କମିଶନର ସୂଚନା ଦେଇଛନ୍ତି ।