Spread the love

 

rwer

ପୁରୀ: ଜଗନ୍ନାଥ ଧାମରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ । ଆଜି ସକାଳୁ ସକାଳୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ଗାୟକ ଶଙ୍କର ମହାଦେବନ୍ । ତାଙ୍କ ସହ ଶ୍ରୀଜିଉଙ୍କୁ ତାଙ୍କ ପତ୍ନୀ ମଧ୍ୟ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

ସିଂହଦ୍ଵାର ଦେଇ ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ତେବେ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଏକ ସୁନ୍ଦର ଭଜନ ଗାଇଥିଲେ ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଶଙ୍କର କହିଛନ୍ତି ଯେ, ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତ ମାନେ ଏକ ନୂଆ ଅନୁଭୂତି ନେଇ ଫେରୁଛନ୍ତି। ମୋର ସୌଭାଗ୍ୟ ମୁଁ ମହାପ୍ରଭୁଙ୍କ ଏହି ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ପାଇଲି ।

ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ଏବେ ନୂଆ ରୂପ ନେବାରେ ଲାଗିଛି। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ପରିକ୍ରମା ପ୍ରକଳ୍ପ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କୁ ଏକ ନୂଆ ଅନୁଭୂତି ଆଣିଦେଉଛି। ମହାପ୍ରଭୁଙ୍କର ଜଣେ ଭକ୍ତ ହିସାବରେ ଏହି ପ୍ରକଳ୍ପ କାର୍ଯ୍ୟକୁ ମୁଁ ମଧ୍ୟ ସ୍ୱାଗତ କରୁଛି ବୋଲି କହିଛନ୍ତି ଗାୟକ ଶଙ୍କର । ଏଥିସହ ଦେଶବାସୀଙ୍କର ସୁଖ, ସମୃଦ୍ଧି ଓ ଉନ୍ନତି ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଥିଲେ ବିଶିଷ୍ଟ କଣ୍ଟଶିଳ୍ପୀ ଶଙ୍କର ମହାଦେବନ।

 

Leave a Reply

Your email address will not be published. Required fields are marked *