Spread the love

 

Hostel_1704711251

ରାଉରକେଲାର ଛେଣ୍ଡ ଥାନା ଅନ୍ତର୍ଗତ ‘ଅନ୍ୱେଷା’ ହଷ୍ଟେଲରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ କୃଷ୍ଣ କୁଜୁର। ତାଙ୍କ ଘର ଗୁରୁଣ୍ଡିଆ ବ୍ଲକ୍ ସୋଲ ଗାଁରେ।

ସେ ରାଉରକେଲା ସହରରେ ଥିବା ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ। ଆଜି ସେ ସ୍କୁଲ୍ ଯାଇ ନଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲି ରହିଥିଲା। ପୁଲିସ୍ ହଷ୍ଟେଲରେ ପହଞ୍ଚି ଶବକୁ ଜବତ କରିଛି। ଏହା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

କୃଷ୍ଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହୋଇପାରିବ। ମୃତ ନାବାଳକଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ତାଙ୍କ ଉପରେ ପରିବାରରୁ ଅବା ସ୍କୁଲ୍‌ରୁ କିଛି ଚାପ ନଥିଲା ବୋଲି ଜଣାପଡ଼ିଛି। ପୁଲିସ୍ ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରୁଛି।

 

Leave a Reply

Your email address will not be published. Required fields are marked *