
ବିଗତ ସପ୍ତାହେ ହେଲା ବାଲେଶ୍ୱର ସମେତ ଉତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସାଂଘାତିକ ସ୍ତର ଆଡ଼କୁ ଗତି କରୁଛି । ଚିନ୍ତାର ବିଷୟ ହେଉଛି ଯେ ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଥିବା ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି । ତେବେ ଗତକାଲି ଗତକାଲି ଅପରାହ୍ଣରେ ଦିଲ୍ଲୀର AQI ୩୩୩ ରହିଥିଲା । ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି । ତାସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି ।
ବାୟୁ ଗୁଣବତ୍ତା ସୂଚକାଙ୍କ ୦-୫ ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ ଓ ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । ୨୦୧-୩୦୦ ଖରାପ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ ୪୦୧-୫୦୦ ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।