
ସୂଚନା ଅନୁସାରେ, ଦନ୍ତା ହାତୀଟି ବୌଦ୍ଧରେ ଧନ ଜୀବନ ହାନି କରିବା ସହ ଘର ଭାଙ୍ଗି ଫସଲ ହାନି କରି ଆସୁଥିଲା । ସେଥିପାଇଁ ଗତକାଲି ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନକୁ ନେଇ ଆସିଥିଲେ ବନ ବିଭାଗ । ଆଜି ସକାଳେ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ରହିଛି। ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିବା ସମୟରେ ମାତ୍ରାଧିକ ନିଶା ଦେବା ଯୋଗୁ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଦନ୍ତା ହାତୀଟିର ମୃତ୍ୟୁର ପ୍ରକୃତ କାରଣ କିନ୍ତୁ ଏଯାବତ୍ ଅସ୍ପଷ୍ଟ ରହିଛି।
ଦନ୍ତାର ମୃତ୍ୟୁ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ନିୟୋଜିତ ହୋଇଛନ୍ତି ସ୍ଵତନ୍ତ୍ର ଟିମ୍ । ଅନ୍ୟପକ୍ଷରେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।