
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତରପଶ୍ଚିମ ଭାରତରେ ଆସନ୍ତା ଦୁଇ ଦିନ ଧରି ଘନରୁ ଅତି ଘନ କୁହୁଡ଼ି ଦେଖିବାକୁ ମିଳିବ। ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଦୁଇ ଦିନ ଧରି ରାତିରେ ଓ ସକାଳେ କିଛି ସମୟ ପାଇଁ ଘନ କୁହୁଡ଼ି ହୋଇପାରେ।
ସେହିପରି ଆସନ୍ତାକାଲିଠାରୁ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ରାଜସ୍ଥାନ ଓ ପଶ୍ଚିମ ମଧ୍ୟ ପ୍ରଦେଶର କିଛି ସ୍ଥାନରେ ଆସନ୍ତାକାଲିଠାରୁ ବର୍ଷା ହୋଇପାରେ। ୧୦ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ।