
ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ ଶାହାଜାହାଁ ଗତକାଲି ବାଂଲାଦେଶ ପଳାଇଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ ଏବଂ ବର୍ତ୍ତମାନ ପଶ୍ଚିମବଙ୍ଗର କୌଣସି ସ୍ଥାନରେ ଲୁଚି ରହିଛନ୍ତି । ଶୁକ୍ରବାର ୨୪ ପ୍ରଗଣା ଜିଲ୍ଲାରେ ଇଡି ଟିମ୍ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣକୁ ନେଇ ରାଜନୀତି ସରଗରମ ହୋଇଛି।
ରାସନ ଦୁର୍ନୀତି ମାମଲାରେ ତୃଣମୂଳ ନେତା ଶାହାଜାହାଁଙ୍କ ଘରେ ଗତକାଲି ଚଢ଼ାଉ ହେବାର ଥିଲା, କିନ୍ତୁ ହଠାତ୍ ସ୍ଥାନୀୟ ଲୋକେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ କିଛି ଅଧିକାରୀ ଆହତ ହୋଇଥିଲେ। କେତେକ ଅଧିକାରୀଙ୍କ ମୁଣ୍ଡ ଫାଟିଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଶାହାଜାହାଁ ଗତକାଲି ବାଂଲାଦେଶ ପଳାଇଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ବାଂଲାଦେଶରେ ନିର୍ବାଚନ ଥିବାରୁ ସୀମାରେ ବିଏଏଫ୍ ଓ ବିଡିଆର୍ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ଶାହାଜାହାନଙ୍କୁ ନେଇ ବି ବିଏସ୍ଏଫ୍କୁ ସତର୍କ କରାଯାଇଛି। ସେଥିପାଇଁ ଶାହାଜାହାଁ ଓ ତାଙ୍କ ପରିବାର ପଶ୍ଚିମବଙ୍ଗରେ ଲୁଚି ରହିଥିବା କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିମାନେ ବିଶ୍ୱାସ କରୁଛନ୍ତି।