
ଏହି କ୍ରମରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଶ୍ରୀରାମ ମନ୍ଦିରର ଉଦଘାଟନ ଓ ରାମଲଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରତଲାମରେ ତ୍ରିବେଣୀ ତଟରେ ହିନ୍ଦୁ ଜାଗରଣ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଆସିଥିଲେ।
ଏହି ଅବସରରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ କହିଛନ୍ତି କି, ‘ମୋଦୀ ଉଦଘାଟନ କରିବେ, ମୂର୍ତ୍ତି ସ୍ପର୍ଶ କରିବେ। ମୁଁ କ’ଣ ସେଠାରେ ତାଳି ବଜାଇ ଜୟଜୟକାର କରିବି। ମୋର ପଦର ବି ମର୍ଯ୍ୟାଦା ରହିଛି। ମୁଁ ସେଥିରେ ଆଞ୍ଚ ଆସିବାକୁ ଦେବି ନାହିଁ। ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଶାସ୍ତ୍ର ଅନୁଯାୟୀ ହେବା ଆବଶ୍ୟକ। ଏମିତି ଆୟୋଜନରେ ମୋର ଯିବା କ’ଣ ଆବଶ୍ୟକ?
ସେମିତି ଦେଖିବାକୁ ଗଲେ ଅଯୋଧ୍ୟା ଯିବାକୁ ମୋ ପାଖକୁ ଯେଉଁ ନିମନ୍ତ୍ରଣ ପତ୍ର ଆସିଛି ସେଥିରେ ମୋ ସହିତ ଜଣେ ବ୍ୟକ୍ତିଙ୍କୁ ଯିବାରୁ ସୂଚିତ ଅଛି। ଏହାଛଡ଼ା ଏଯାବତ ମୋତେ ଅଯୋଧ୍ୟୋ ଯିବାକୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନାହିଁ। ରାମମନ୍ଦିରକୁ ନେଇ ଯେଉଁଭଳି ଭାବେ ରାଜନୀତି ଚାଲିଛି ମୁଁ ତାହାକୁ ପସନ୍ଦ କରୁନାହିଁ। ଏହି କାରଣରୁ ମୁଁ ଅଯୋଧ୍ୟା ଯିବି ନାହିଁ। ’