
ସୂଚନା ଅନୁସାରେ ତଳଦୁମୁକା ଗାଁର କମଳାକାନ୍ତ ନାୟକ (୪୮) ଗାଁ ମୁଣ୍ଡକୁ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ଏକ ଶିଆଳ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଗୋଡ଼ ହାତକୁ କାମୁଡି ଖଣ୍ଡିଆ ଖାବରା କରିବା ସହ ମାଂସ ପୁଳାଏ କାଢ଼ି ନେଇଥିଲା। ସେହିପରି ଉମାମଣି ବାରିକ, ଜୟନ୍ତୀ ମଲିକ, ବିଶ୍ୱନାଥ ମଲିକ, ସର୍ବେଶ୍ୱର ଖିଲାର ଓ ଝିନିରାଣୀ ମଲିକ ବିଲକୁ କାମ କରିବାକୁ ଯାଇଥିବାବେଳେ ଉକ୍ତ ପାଗଳ ଶିଆଳ ଆକ୍ରମଣରେ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ମେଡ଼ିକାଲରେ ଭେଟି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।