
ପ୍ରାୟ ୪୫ ଯାତ୍ରୀଙ୍କୁ ଧରି ଏକ ପିକ୍ନିକ୍ ବସ୍ ଆସାମର ଟିନସୁକିଆସ୍ଥିତ ଟିଲିଙ୍ଗା ମନ୍ଦିର ଅଭିମୁଖେ ଯାତ୍ରା କରୁଥିଲା। ଆଜି ଭୋର ପ୍ରାୟ ୫ଟା ବେଳେ ଦେରଗାଓଁ ନିକଟରେ ବସ୍ଟି ସହ ଏକ କୋଇଲା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍ ପହଞ୍ଚି ତୁରନ୍ତ ଗୁରୁତର ୨୭ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏଥିସହ ବସ୍ ମଧ୍ୟରୁ ୧୪ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।