
ଦ୍ବିତୀୟ ସ୍ବାମୀ ସଚିନଙ୍କ ଆଡ଼ୁ ପ୍ରଥମ ତଥା ନିଜର ୫ମ ସନ୍ତାନର ଜନନୀ ହେବାକୁ ଯାଉଛନ୍ତି ସୀମା। ଏନେଇ ସୀମା ହାଇଦର ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ଏହାକୁ ନେଇ ପାକିସ୍ତାନର କିଛିଲୋକ ସୀମା ଓ ସଚିନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ।
ଟ୍ରୋଲ କରୁଥିବା ପାକିସ୍ତାନର ଲୋକଙ୍କ ପାଇଁ ସଚିନ ଏକ ରିଲ ଭିଡିଓ କରିଛନ୍ତି। ଏଥିରେ ସେ ମଜାରେ ହେଉ ପଛେ ନିଜର ମନ କଥାକୁ ଖୋଲି କହିଛନ୍ତି। ସଚିନ କହୁଛନ୍ତି, ‘ ମୁଁ ପାକିସ୍ତାନର ଜ୍ବାଇଁ। ସୀମାଙ୍କୁ ବାହା ହେବା ପରେ ମୁଁ ଆପଣମାନଙ୍କ ଭିଣୋଇ ଲାଗିବି। ଭିଣୋଇର ସମ୍ମାନ କରନ୍ତୁ। କିଏ କ’ଣ ଭିଣୋଇଙ୍କୁ ଏମିତି ଅସମ୍ମାନ କରିବା ଭଳି କଥା କହନ୍ତି।’
ସୂଚନାଯୋଗ୍ୟ, ୨୦୧୯ରେ ଅନ୍ଲାଇନ ଗେମିଂ ଆପ୍ ପବ୍ଜି ଦ୍ବାରା ସୀମା ହାଇଦର ସଚିନଙ୍କ ସହ ପରିଚୟ ହୋଇଥିଲା। ଏହାପରେ ଉଭୟ ମାର୍ଚ୍ଚ ୨୦୨୩ରେ ନେପାଳରେ ପରସ୍ପରକୁ ଭେଟିଥିଲେ। ଜୁଲାଇ ୨୦୨୩ରେ ସୀମା ହାଇଦର ଭାରତକୁ ଅନୁପ୍ରବେଶ କରିଥିଲେ।