
ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ଘଞ୍ଚ ଜଙ୍ଗଲରେ ଏକର ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ସଦଳ ବଳେ ଉକ୍ତ ଜଙ୍ଗଲରେ ପହଞ୍ଚିଥିଲା। ଗଞ୍ଜେଇ ଗଛ ଗୁଡ଼ିକୁ କାଟି ପକାଇଥିଲେ। ପରେ ସେହି ଗଞ୍ଜେଇ ଗଛକୁ ଜାଳି ଦେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ଟଙ୍କା ହେବ। ପୂର୍ବରୁ ବାଲିଗୁଡ଼ା, ଫିରିଙ୍ଗିଆ, ଗୋଛାପଡା, କ.ନୂଆଗାଁ ଆଦି ଥାନା ଅଞ୍ଚଳରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ହେଉଥିଲା। ଏବେ ଏହି ସବୁ ଥାନାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗଞ୍ଜେଇ ଚାଷ ଆରମ୍ଭ ହୋଇଛି। ଯାହାକି ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।