Spread the love

 

zzz

ଭୁବନେଶ୍ବର : ଖୋର୍ଦ୍ଧାସ୍ଥିତ ଏକ ରିଫାଇନ୍ ତେଲ ଫ୍ୟାକ୍ଟ୍ରିରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଛି।
ରିଫାଇନ୍ ତେଲ ଫ୍ୟାକ୍ଟ୍ରିଟି ବାଘମାରୀ ଥାନା ସାରୁଅ ଶିଳ୍ପାଞ୍ଚଳରେ ଥିବା ଜଣାଯାଇଛି। ଆଜି ଦିନ ବେଳା ଉକ୍ତ ଫ୍ୟାକ୍ଟ୍ରିରେ କର୍ମଚାରୀ କାମରେ ନିୟୋଜିତ ଥିଲେ। ଉକ୍ତ ସମୟରେ ଫ୍ୟାକ୍ଟ୍ରିର ଗୋଦାମ ଓ ଅଫିସ ରୁମ୍‌ରେ ସର୍ଟ ସର୍କିଟ ହୋଇ ପ୍ରବଳ ଧୂଆଁ ବାହାରିଥିଲା।
ଏହାଦେଖି ଛାନିଆ ହୋଇ ସବୁ କର୍ମଚାରୀ ବାହାରକୁ ଚାଲି ଆସିଥିଲେ। ଖବର ପାଇ ତୁରନ୍ତ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାରେ ନିୟୋଜିତ ଅଛନ୍ତି।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଆଁ ସମ୍ପୂର୍ଣ୍ଣ ଲିଭି ନ ଥିବା ଜଣାଯାଇଛି। ଏଥିରେ କୌଣସି ଜୀବନ ହାନୀ ହୋଇ ନ ଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଜଣାଯାଇଛି।

 

Leave a Reply

Your email address will not be published. Required fields are marked *