Spread the love

 

Punjab__1703572975

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ କଡ଼ା ସମାଲୋଚନା କରିବା ବେଳେ ବଡ଼ ବୟାନ ଦେଇଛନ୍ତି ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ। ଦେଶରେ ୧୮% ମୁସଲିମ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଏକତା ନାହିଁ। କିନ୍ତୁ ଦେଶରେ ୨% ଶିଖ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଏକତା ରହିଛି। ମାନ ଆଦୌ ଶିଖ ନୁହନ୍ତି। କାରଣ ତାଙ୍କୁ ଶିଖମାନଙ୍କ ଇତିହାସ ଜଣା ନଥିବା ବାଦଲ କହିଛନ୍ତି।

ଦିଲ୍ଲୀରେ ଶିଖ ସଂପ୍ରଦାୟର ଲୋକଙ୍କୁ ସମ୍ବୋଧନ କରି ବାଦଲ କହିଛନ୍ତି, “ମୁଁ ଭଗୱନ୍ତ ମାନଙ୍କୁ ଆଦୌ ଜଣେ ଶିଖ ଭାବେ ବିବେଚନା କରୁନାହିଁ। ସେ ପଗଡ଼ି ପିନ୍ଧି ନିଜକୁ ଶିଖ ଭାବେ ଦେଖାଇ ହେବାକୁ ଚାହୁଁଛନ୍ତି। ହେଲେ ତାଙ୍କୁ ଶିଖମାନଙ୍କ ଇତିହାସ ସମ୍ପର୍କରେ କିଛି ବି ଜଣାନାହିଁ। ତାଙ୍କୁ ଦେଖିଲେ ଓ ତାଙ୍କ ବୟାନ ଶୁଣିଲେ ଆମକୁ ଦୁଃଖ ଲାଗୁଛି।”

ସେ ମୁସଲିମ ଓ ଶିଖ ନେତୃତ୍ୱ ମଧ୍ୟରେ ତୁଳନା ମଧ୍ୟ କରିଛନ୍ତି। ସେ କହିଛନ୍ତି, “ଦେଶରେ ମୁସଲିମ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ପ୍ରାୟ ୧୮%। କିନ୍ତୁ ସେମାନଙ୍କର ନେତୃତ୍ୱ ନାହିଁ। କାରଣ ସେମାନଙ୍କ ମଧ୍ୟରେ ଏକତା ନାହିଁ। ଆମ ସଂଖ୍ୟା ୨%। କିନ୍ତୁ ଆମେ ସମସ୍ତେ ଶ୍ରୀ ଅକଲ ତଖତ ସାହିବଙ୍କ ଅଧୀନରେ ଏକାଠି ରହିଛୁ।”

ପଞ୍ଜାବ ସରକାରଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଚଳାଉଛନ୍ତି ବୋଲି ବାଦଲ ଦାବି କରିଛନ୍ତି। ସେ କହିଛନ୍ତି, “ସେମାନେ(ଆପ୍‌) ପଞ୍ଜାବକୁ ଲୁଟ କରୁଛନ୍ତି। ମାନ ନୁହନ୍ତି, ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ।”

 

Leave a Reply

Your email address will not be published. Required fields are marked *