
ପିଲାମାନଙ୍କ ମଧ୍ୟରେ ରହିଥିବା ଜ୍ଞାନର ବିକାଶ ଦ୍ୱାରା ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି। ତେଣୁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଜୀବନରେ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦେଇଛନ୍ତି। ଜୀବନରେ ସଫଳତା ପାଇବା ପାଇଁ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ। ଯଦି ପ୍ରତିଯୋଗିତାରେ ଥରେ ହାରୁଛନ୍ତି କି ସଫଳତା ମିଳୁନି ତେବେ ପଛକୁ ନ ହଟି ଆଗକୁ ମାଡ଼ି ଚାଲନ୍ତୁ। ସଫଳତା ନିଶ୍ଚୟ ଆସିବ ବୋଲି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଡିଆଜି ଚରଣ ସିଂ ମୀନା, ଜିଲାପାଳ ଅବଦୁଲ ଏମ୍ ଅଖତାର, ଜିଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକାରଙ୍କ ସମେତ କୋରାପୁଟ ଜିଲାର ସମସ୍ତ ମହାବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ହଜାର ହଜାର ଛାତ୍ରୀଛାତ୍ର ଯୋଗ ଦେଇଥିଲେ।