Spread the love

 

doctor

ଭୁବନେଶ୍ୱର,୨୩।୧୨: ରାଜ୍ୟରେ କାର୍ଯ୍ୟ କରୁଥିବା ୧୨୭୨ ଆରବିଏସ୍‌କେ ଆୟୁଷ ଡାକ୍ତର ଜାନୁୟାରୀ ୧୫ ତାରିଖ ସୁଦ୍ଧା  ଦାବି ପୂରଣ ନ ହେଲେ ସମୂହ ଛୁଟିରେ ଯିବେ। ଆରବିଏସ୍‌କେ ଆୟୁଷ ଡାକ୍ତର ସଂଘ ଏହି ନିଷ୍ପତ୍ତି ନେଇଛି।

ସଂଘର ସଭାପତି ପ୍ରଭାତ ମହାନ୍ତି କହିଛନ୍ତି, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆମ ସହିତ ବାରମ୍ବାର ଆଲୋଚନା କରିଥିଲେ। ଆମ ଦାବି ସମ୍ପର୍କରେ ବିଚାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଆମକୁ ଆନ୍ଦୋଳନକୁ ଯିବାକୁ ସେ ମନା କରିଥିଲେ। କିନ୍ତୁ ପ୍ରତିଶ୍ରୁତି ପୂରଣ ନ ହେବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

 

Leave a Reply

Your email address will not be published. Required fields are marked *