
ସୟିଦ ଈଶାନ୍ ବୁଖାରୀକୁ ଭୁବନେଶ୍ୱରରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇଥିଲା ଟିମ୍। ନ୍ୟୁଡ୍ ଆପ୍ କରି ଶତାଧିକ ଯୁବତୀଙ୍କୁ ଶୋଷଣ କରିବା ସହ ପ୍ରତ୍ୟେକ ଭିଡିଓ କଲରୁ ୫ ହଜାର ଟଙ୍କା କମିଶନ ପାଇଛି ବୁଖାରୀ। ଏଭଳି ଭାବେ କୋଟି କୋଟି ଟଙ୍କା ମୁନାଫା କମାଇଛି ଏହି ସନ୍ଦିଗ୍ଧ ଆତଙ୍କୀ। IB ଓ ପଞ୍ଜାବ ପୁଲିସ ଓଡ଼ିଶା ଆସି ବୁଖାରୀକୁ ପଚରାଉଚରା କରିଛନ୍ତି।
କୁହାଯାଉଛି, ଆସନ୍ତାକାଲି କଶ୍ମୀର ପୁଲିସ ଭୁବନେଶ୍ୱର ଆସିପାରେ। ସନ୍ଦିଗ୍ଧ ବୁଖାରୀ କେରଳ ମୌଳବାଦୀଙ୍କ ସହ ଲିଙ୍କରେ ଥିବା ନେଇ ପ୍ରମାଣ ମିଳିଥିବାବେଳେ ସିଡ଼ିଆର ରିପୋର୍ଟରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି STF ହାତରେ। ତା’ସହ ଲଭ୍ ଜିହାଦର ପ୍ରମାଣ ମିଳିଛି। ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ୭ ଜଣ ମହିଳାଙ୍କୁ ବିବାହ କରିଛି ବୁଖାରୀ। ତା’ମଧ୍ୟରେ ଯାଜପୁର ଧର୍ମଶାଳା ବ୍ଲକ ନେଉଳପୁର ଗାଁର ଜଣେ ଯୁବତୀ ରହିଛନ୍ତି। ଯାହାଙ୍କୁ ବିବାହ କରିବା ପରେ ନେଉଳପୁର ପଞ୍ଚାୟତ ମିଲତନଗର ଗାଁରେ ଭଡ଼ାରେ ରହିଆସୁଥିଲେ ବୁଖାରୀ। ଏବେ ରିମାଣ୍ଡ ଅବଧି ସରିବା ପରେ ବୁଖାରୀକୁ ଜେଲ୍ ପଠାଇ ଦିଆଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ STF।