
ସୂଚନା ଅନୁସାରେ ହାଇଦ୍ରାବାଦର ମେହେଦିପଟ୍ଟନମ୍ ଅଂଚଳସ୍ଥିତ ଜୟନଗରରେ ଥିବା ଅଙ୍କୁରା ହସ୍ପିଟାଲର କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ହସ୍ପିଟାଲର ନାମ ଫଳକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି ।
ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦଶମ ମହଲାରେ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ପଞ୍ଚମ ମହଲାରୁ ଦଶମ ମହଲା ପର୍ଯ୍ୟନ୍ତ ବ୍ୟାପିଛି। ହସ୍ପିଟାଲର ଅଧିକାଂଶ ରୋଗୀ ଗର୍ଭବତୀ ମହିଳା ଓ ଶିଶୁ ହୋଇଥିଲେ ହେଁ ସମସ୍ତଙ୍କୁ କର୍ମଚାରୀମାନେ ସ୍ଥାନାନ୍ତର କରିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ। ଏହା ସହ ହସ୍ପିଟାଲ ଉପର ଛାତ ଉପରେ କିଛି ନର୍ସ ଫସିରହିଥିବା ମଧ୍ୟ ଜଣାପଡିଛି । ସେମାନଙ୍କ ପାଇଁ ସେଠାରେ ରହିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାମ ଜାରି ରଖିଛି । ସେମାନେ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ଜଣାଯାଇଛି । ତେବେ ସର୍ବଶେଷ ଖବର ଅନୁସାରେ କେତେକ ଚିକିତ୍ସିତ ହେଉଥିବା ଗର୍ଭବତୀ ଓ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି ।