
ଇଡିର ସୂଚନା ଅନୁଯାୟୀ, ଇସମାଇଲ ପିଏଫଆଇର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲା ଓ ସଂଗଠନର ଅଧିକାଂଶ ଗୁରୁତୂପୂର୍ଣ୍ଣ ନିଷ୍ପତ୍ତି ପଛରେ ତାହାର ସଂପୃକ୍ତି ଥିଲା । ସେହିପରି ମହମ୍ମଦ ସକିଫ୍ ସଂଗଠନର କର୍ଣ୍ଣାଟକ ୟୁନିଟ୍ ର ସଭାପତି ଥିଲା । ଅନିସ ଅହମ୍ମଦ ୨୦୨୦ ପର୍ଯ୍ୟନ୍ତ ପିଏଫଆଇର ରାଷ୍ଟ୍ରୀୟ ସମ୍ପାଦକ ଥିଲା ଓ ଇଏମ ପାଶା ନିଷିଦ୍ଧ ହେବା ବେଳକୁ ସଂଗଠନର ରାଷ୍ଟ୍ରୀୟ ଉପସଭାପତି ଥିଲା ।
୨୦୧୮ ମେ ୨ତାରିଖରେ ପଞ୍ଜୀକୃତ ହୋଇଥିବା ଇସିଆଇଆର ( ଏନଫୋର୍ସମେଣ୍ଟ କେସ ଇନଫର୍ମେସନ ରିପୋର୍ଟ)ରେ ଗିରଫ ହୋଇଥିବା ସମସ୍ତ ୫ ଅଭିଯୁକ୍ତଙ୍କୁ ଇଡି ଗତ ଡିସେମ୍ବର ୧୯ତାରିଖରେ ଦିଲ୍ଲୀର ତିହାର ଜେଲରେ ପଚରାଉଚରା କରିଥିଲା। ସମସ୍ତ ଅଭିଯୁକ୍ତ ବିଭିନ୍ନ ସହରରେ ଥିବା ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରେ ଦସ୍ତଖତ କରିଥିଲେ। ସମସ୍ତଙ୍କୁ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଠକେଇ ସମ୍ପର୍କରେ ପଚରାଉଚରା କରାଯାଇଥିଲେ ହେଁ ସନ୍ତୋଷଜନକ ଉତ୍ତର ନ ଦେବା ଓ ତଥ୍ୟ ଲୁଚାଇବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା।