
ହେଲେ ଏବେ ଖବର ମିଳିଛି ଯେ, ଦାଉଦକୁ ବିଷ ଦିଆଯାଇନାହିଁ, ବରଂ ସେ ରୋଗଗ୍ରସ୍ତ ହୋଇଛି। କୁହାଯାଉଛି ଯେ, କିଛି ଭାରତୀୟ ନିଉଜ୍ ଏଜେନ୍ସି ମୁମ୍ବାଇରେ ରହୁଥିବା ଦାଉଦର ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ। ତାଙ୍କର ଦୁଇ ଭଣଜା ଅଲିଶାହ ପାର୍କର ଏବଂ ସାଜିଦ ୱାଗଲେଙ୍କ ସହ ଯୋଗାଯୋଗ କରାଯାଇଥିଲା। ଯୋଗାଯୋଗ ପରେ ଅଲିଶାହ ଭାରତ ବାହାରେ ରହୁଥିବା କଥା ସାମ୍ନାକୁ ଆସିବା ସହ ୱାଗଲେ କହିଥିଲେ ଯେ, ଦାଉଦ ମାମୁଁଙ୍କୁ ବିଷ ଦିଆଯାଇଥିବା ଭଳି କୌଣସି ଖବର ବିଷୟରେ ଆମକୁ ସୂଚନା ମିଳିନାହିଁ। ହେଲେ ମାମୁଁ ଏବେ ଅସୁସ୍ଥ ରହୁଛନ୍ତି। ତାଙ୍କର ଉଚ୍ଚ ରକ୍ତଚାପ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ରହିଛି। ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତେବେ ପାକିସ୍ତାନ ବା ଭାରତର ଗୁଇନ୍ଦା ଏଜେନ୍ସି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ପ୍ରକୃତରେ ଦାଉଦ ଡାକ୍ତରଖାନାରେ ଭର୍ତ୍ତି ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ।