
ଗୃହରେ ବାଚସ୍ପତିଙ୍କ ଆସନ ପଛ ପଟେ ଏହି ଚିତ୍ର ପ୍ରଦର୍ଶିତ ହୋଇଛି। ଗୋଟିଏ ପଟେ ମହାତ୍ମା ଗାନ୍ଧିଙ୍କ ଫଟୋ ଥିବାବେଳେ ଅପରପାର୍ଶ୍ୱରେ ଯେଉଁଠି ଜବାହାରଲାଲ ନେହେରୁଙ୍କ ଫଟୋ ଥିଲା, ସେହିଠାରେ ଆମ୍ବେଦକରଙ୍କ ଫଟୋ ଲଗାଯାଇଛି। ଏହି ପରିବର୍ତ୍ତନକୁ କଂଗ୍ରେସ ବିଧାୟକମାନେ ତୀବ୍ର ବିରୋଧ କରିଛନ୍ତି।
ଏଥିସହ ଜବାହରଲାଲ ନେହେରୁଙ୍କ ଫଟୋ ଥିବା ସ୍ଥାନରେ ପୁଣି ତାଙ୍କ ଫଟୋ ରଖାଯାଉ ବୋଲି ଦାବି କରିଛନ୍ତି। କଂଗ୍ରେସ ବିଧାୟକମାନେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ନେହେରୁଙ୍କ ଫଟୋକୁ ମୂଳ ସ୍ଥାନରେ ଅବସ୍ଥାପିତ କରାନଯାଏ ତେବେ ସେମାନେ ନିଜେ ଏହା କରିବାକୁ ବାଧ୍ୟ ହେବେ।
ଗୋଟିଏ ସପ୍ତାହ ତଳେ ନବନିର୍ବାଚିତ ବିଧାୟକ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କାମଚଳା ବାଚସ୍ପଚି ଗୋପାଳ ଭାର୍ଗବ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକ ଓ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହାପରେ ଗତକାଲିଠାରୁ ଚାରି ଦିନିଆ ଶୀତ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିଧାନସଭାରେ ଏପରି ଏକ ବିବାଦ ମୁଣ୍ଡ ଟେକିଛି।