
ତେଣୁ ସେମାନଙ୍କୁ ୨୨ ତାରିଖରେ ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭିଏଚ୍ପି ନିମନ୍ତ୍ରଣ କରିଛି। ସେମାନେ ମଧ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି।
ଏହାପୂର୍ବରୁ କିନ୍ତୁ ମନ୍ଦିର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ଅଲଗା କଥା କହିଥିଲେ। ଆଡଭାନୀ ଓ ଯୋଶୀଙ୍କ ବୟସ ଅଧିକ ହୋଇଯାଇଥିବାରୁ ସେମାନଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ କୁହାଯାଇଛି। କିନ୍ତୁ ଭିଏଚ୍ପି ଉଭୟଙ୍କୁ ନିମନ୍ତ୍ରଣ କରିଥିବା ଏବେ ରିପୋର୍ଟ ସାମ୍ନାକୁ ଆସିଛି।
ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ଆଲୋକ କୁମାର କହିଛନ୍ତି, “ଲାଲ କୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ରାମ ମନ୍ଦିର ଅଭିଯାନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ସେମାନଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ୨୦୨୪ ମସିହା ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବାକୁ ଶତପ୍ରତିଶତ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି।”
ଦିନକ ପୂର୍ବରୁ ଚମ୍ପତ ରାୟ କହିଥିଲେ ଯେ ଉଭୟ ଆମ ପରିବାର ବରିଷ୍ଠ ସଦସ୍ୟ। ସେମାନଙ୍କ ବୟସକୁ ଦୃଷ୍ଟିରେ ରଖି ଉଭୟଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ଅନୁରୋଧ କରାଯାଇଛି। ଉଭୟ ଏହାକୁ ଗ୍ରହଣ କରିଥିବା ଶ୍ରୀ ରାୟ କହିଥିଲେ।