
ତୁଳସୀନୀ ଗ୍ରୁପ୍ ବିରୋଧରେ ଠକେଇ ଅଭିଯୋଗରେ ଗୌରୀ ଖାଁ ମଧ୍ୟ ଅଭିଯୁକ୍ତ ଅଛନ୍ତି । ଖୁବଶୀଘ୍ର ଏହି ମାମଲାରେ ଗୌରୀ ଖାଁଙ୍କୁ ପଚରାଉଚରା କରାଯାଇପାରେ । ରିପୋର୍ଟ ଅନୁଯାୟୀ, ଗୌରୀ ଖାଁଙ୍କୁ ପଚରାଯିବ ଯେ କମ୍ପାନୀ ସହିତ ତାଙ୍କର ଚୁକ୍ତି କ’ଣ ଥିଲା ଏବଂ ଏଥିପାଇଁ କେତେ ଟଙ୍କା ଦିଆଯାଇଥିଲା ।
ଏହି ମାମଲା ପ୍ରଥମେ ମାର୍ଚ୍ଚ ୨୦୨୩ରେ ସାମ୍ନାକୁ ଆସିଥିଲା ଏବଂ ଏହା ଲକ୍ଷ୍ନୌର ତୁଳସୀୟାନୀ ଗ୍ରୁପ୍ ର ଏକ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ସହିତ ଜଡିତ । ଏହି ପ୍ରୋଜେକ୍ଟରେ ମୁମ୍ବାଇର ଜଣେ ବାସିନ୍ଦା ୨୦୧୫ରେ ଏକ ଫ୍ଲାଟ କିଣିଥିଲେ, ଯାହାର ମୂଲ୍ୟ ୮୫ ଲକ୍ଷ ଟଙ୍କା ଥିଲା । କିନ୍ତୁ ଟଙ୍କା ଦେବା ପରେ ମଧ୍ୟ ତାଙ୍କୁ ଏହି ଫ୍ଲାଟ୍ ମିଳିନଥିଲା।