
“୧୪୧ ଜଣ ବିରୋଧୀ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି। ଯଦି ହଠାତ୍ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଏ କିମ୍ବା ବହିଷ୍କାର କରାଯାଏ, ତେବେ ଗଣତନ୍ତ୍ରରେ କ’ଣ ବାକି ରହିଲା? ସଂସଦରେ ବିପୁଳ ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ ବିରୋଧୀଙ୍କ ସ୍ୱର ପ୍ରତି ବିଜେପି ଏତେ ଅସହିଷ୍ଣୁ କାହିଁକି? ସଂସଦ ବିଜେପିର ଚିନ୍ତନ ବୈଠକ ଭଳି ଚାଲିପାରିବ ନାହିଁ ” ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି ।
ସୂଚନାଯୋଗ୍ୟଯେ, ଲୋକସଭାରେ ହଙ୍ଗାମା କରିବା ଅଭିଯୋଗରେ ମଙ୍ଗଳବାର ୪୯ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଲୋକସଭାର ୩୩ ଓ ରାଜ୍ୟସଭାର ୪୫ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଗତ ଡିସେମ୍ବର ୧୪ ତାରିଖରେ ଲୋକସଭାର ୧୩ ଜଣ ଓ ରାଜ୍ୟସଭାର ଜଣେ ସାଂସଦଙ୍କୁ ଚଳିତ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଡିସେମ୍ବର ୧୩ ରେ ସଂସଦରେ ହୋଇଥିବା ସୁରକ୍ଷା ଉଲ୍ଲଂଘନ କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରୁଛନ୍ତି ବିରୋଧୀ ଦଳ ।