
କୌଣସି ଅନଧିକୃତ ପ୍ରବେଶକୁ ରୋକିବା ପାଇଁ କେନ୍ଦ୍ର ସରକାର ମନ୍ତ୍ରଣାଳୟ ଏବଂ ସମସ୍ତ ବିଭାଗକୁ ସେମାନଙ୍କ ସାଇବର ନିରାପତ୍ତା ପଦକ୍ଷେପକୁ ସକ୍ରିୟ ଭାବରେ ବ୍ୟାପକ କରିବାକୁ କହିଛନ୍ତି। ଏଥିସହ ସାଇବର ହାଇଜିନ୍ ଅପରେଟିଂ ପ୍ରୋସିଜିଓର (ଏସ୍ଓପି)କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଡାଟାକୁ ସୁରକ୍ଷିତ ରଖିବା ଏବଂ ହ୍ୟାକିଂରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ହ୍ୟାକର୍ସ ଗ୍ରୁପର ଧମକ ପରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଭାବେ ସତର୍କ ହୋଇପଡ଼ିଛନ୍ତି। ଏହି ସାଇବର ଆକ୍ରମଣର ପ୍ରଥମ ଟାର୍ଗେଟ ସ୍ୱାସ୍ଥ୍ୟ କ୍ଷେତ୍ର ହୋଇପାରେ ବୋଲି ଏଜେନ୍ସିମାନେ ଆଶଙ୍କା କରୁଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ର ସବୁବେଳେ ହ୍ୟାକରଙ୍କ ରାଡାରରେ ରହିଥାଏ । କୋଭିଡ୍-୧୯ ମହାମାରୀ ପରେ ଏହି କ୍ଷେତ୍ର ଉପରେ ଆକ୍ରମଣ ତୀବ୍ର ହୋଇଛି।