Skip to content

ନୂଆପଡ଼ା,୮ା୧୨: ନୂଆପଡ଼ା ରେଳଷ୍ଟେଶନର ସିଗ୍ନାଲ୍ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମରାମତି ପାଇଁ ସିଗ୍ନାଲ୍ ଯନ୍ତ୍ରୀ ଅନୁପ ରୟ(୨୮) ଗୁରୁବାର ରାତିରେ ଷ୍ଟେଶନରେ ପହଞ୍ଚିଥିଲେ। ମରାମତି କାର୍ଯ୍ୟ ସାରି ଲଖନା ଫେରୁଥିବା ବେଳେ ରେଳ ଲାଇନ୍ର ଗୋଡ଼ ଫସି ଯାଇଥିଲା। ଏହି ସମୟରେ ଟ୍ରେନଟି ତାଙ୍କୁ ଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନୁପ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ଧୋବିପଡ଼ାର ବୋଲି ଜଣାପଡ଼ିଛି।