
ତେଣୁ ଦୁଇ ଜଣ ଇଣ୍ଟରପ୍ରିଟର ମଗାଇଥିଲା କଷ୍ଟମ ଭାଗ। ଭିଏତନାମା ଭାଷା ଜାଣିଥିବା ଦୁଇ ଅନୁବାଦକ ଆଜି ପାରାଦୀପରେ ପହଞ୍ଚିଥିଲେ। ସେମାନଙ୍କୁ ଧରି କଷ୍ଟମ୍ସ ବିଭାଗ ଅଧିକାରୀମାନେ ଜାହାଜ MV DEBIରେ ପହଞ୍ଚିଛନ୍ତି। ଆଉ ସେମାନଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।
କିଛିଦିନ ତଳେ ପାରାଦୀପ ବନ୍ଦର PICT ବର୍ଥରେ ଲାଗିଛି MV DEBI ଜାହାଜ। ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟକୁ ଆସିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ଡେନମାର୍କ ଅଭିମୁଖେ ଯାଇଥାନ୍ତା। ହେଲେ ତା’ପୂର୍ବରୁ ଜାହାଜ ଭିତରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଦେଖିବାକୁ ପାଇଥିଲେ। ଏହା ପରେ ତତ୍ପର ହୋଇଥିଲା CISF, ପାରାଦୀପ ପୁଲିସ୍, ଡଡ୍ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ। ଯାଞ୍ଚ ପରେ କୋକେନ୍ ବୋଲି ଜାଣିବାକୁ ପାଇଥିଲେ। ୨୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ୍ସ ବିଭାଗ।