Spread the love

 

IMAGE_1702009245

ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆହତ। ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କେସିଆର। ଏରାବଲି ଫାର୍ମ ହାଉସରେ ଗୋଡ଼ ଖସି ତଳେ ପଡ଼ିଯିବାରୁ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଡାକ୍ତରୀ ପରୀକ୍ଷା ପରେ ତାଙ୍କର ଏକ ହିପ୍ ଫ୍ରାକ୍ଚର୍ ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଏପରିକି ଅସ୍ତ୍ରୋପଚାରର ଆବଶ୍ୟକତା ପଡିପାରେ ବୋଲି କହିଛନ୍ତି ଡାକ୍ତର। ଗତକାଲି ରାତି ପ୍ରାୟ 2ଟା ସମୟରେ ଫାର୍ମ ହାଉସରେ ଗୋଡ ଖସି ଯିବାରୁ ତଳେ ପଡିଯାଇଥିଲେ କେସିଆର। ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନିକଟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜୟ ପରେ ଘରେ ଦଳୀୟ କର୍ମୀଙ୍କ ସହ ସାକ୍ଷାତ କରୁଥିଲେ କେସିଆର୍। ପୂର୍ବତନ ମୁଖ୍ୟମନ୍ତ୍ରୀ ଗତ ତିନି ଦିନ ଧରି ତାଙ୍କ ଘରେ ହିଁ ଲୋକଙ୍କୁ ଭେଟୁଥିଲେ।

2014 ପରଠୁ ତେଲେଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ରହିଥିଲେ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି (BRS)କୁ ପରାସ୍ତ କରିଛି।

 

Leave a Reply

Your email address will not be published. Required fields are marked *