
ଗତ ୨୩ ବର୍ଷରେ ଓଡ଼ିଶା ପାଇଁ ଯାହା କରିବା କଥା ବିଜେଡି ସେଥିରେ ବିଫଳ ହୋଇଛି। ତେଣୁ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ଏବେ ପ୍ରସ୍ତୁତ ହୋଇସାରିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କଂଗ୍ରେସ ଏବେ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଜରିଆରେ ବିଜେଡ଼ି ଓ ବିଜେପି ସରକାରର ବିଫଳତା ବାବଦରେ ଲୋକଙ୍କୁ ଅବଗତ କରିବ।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହା ମଧ୍ୟ କହିଛନ୍ତି ଯେ, ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଯେମିତି ଫଳାଫଳ ହୋଇଛି, ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ। ତେଲେଙ୍ଗାନାରେ ଆଞ୍ଚଳିକ ଦଳକୁ ମାତ୍ ଦେଇ କଂଗ୍ରେସ ଯେମିତି ସରକାର ଗଢିଲା, ଓଡ଼ିଶାରେ ମଧ୍ୟ ସମାନ ସ୍ଥିତିରେ କଂଗ୍ରେସ ସରକାର ଗଢ଼ିବ। ତେଲେଙ୍ଗାନା ପଡ଼ୋଶୀ ରାଜ୍ୟ ହୋଇଥିବାରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ପଡ଼ିବ। ୨୦୨୪ ନିର୍ବାଚନରେ ଯୁବବର୍ଗଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ, ଯାହାର ଜିତିବା କ୍ଷମତା ଅଧିକ ଥିବ ସେମାନଙ୍କୁ ଦଳ ଟିକେଟ ଦେବ।