Spread the love

 

madrasa

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରାୟ ୮୦ଟି ମଦ୍ରାସାକୁ ୧୦୦ କୋଟି ଟଙ୍କାର ପାଣ୍ଠି ଯୋଗାଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି । ଗତ ଦୁଇ ବର୍ଷ ମଧ୍ୟରେ ଏହି ମଦ୍ରାସାଗୁଡ଼ିକ ବିଭିନ୍ନ ଦେଶରୁ ପ୍ରାୟ ୧୦୦ କୋଟି ଟଙ୍କା ଦାନ ପାଇଥିଲେ। କେଉଁ ମୁଖ୍ୟ ମଦ୍ରାସା ଅଧୀନରେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏଥିରେ କୌଣସି ଅନିୟମିତତା ହୋଇଛି କି ନାହିଁ ତାହା ଚିହ୍ନଟ କରିବାକୁ ଏସଆଇଟି ଏବେ ଚେଷ୍ଟା କରୁଛି ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।
ଏସ୍ଆଇଟିର ନେତୃତ୍ୱ ନେଉଥିବା ଏଟିଏସ୍ ର ଅତିରିକ୍ତ ମହାନିର୍ଦ୍ଦେଶକ ମୋହିତ ଅଗ୍ରୱାଲ କହିଛନ୍ତି, ଉତ୍ତରପ୍ରଦେଶରେ ପ୍ରାୟ ୨୪,୦୦୦ ମଦ୍ରାସା ଅଛି, ଯେଉଁଥିରୁ ୧୬,୫୦୦ରୁ ଅଧିକ ୟୁପି ମଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ବିଦେଶୀ ପାଣ୍ଠିରୁ ମିଳିଥିବା ଅର୍ଥ କିପରି ଖର୍ଚ୍ଚ ହୋଇଛି ତାହାର ତଦନ୍ତ କରାଯିବ। ଏହି ଟଙ୍କା ମଦ୍ରାସା ଚଳାଇବା ପାଇଁ ବ୍ୟବହୃତ ହେଉଛି ନା ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହୃତ ହେଉଛି ତାହା ଯାଞ୍ଚ କରାଯିବ ।
ତେବେ ଚିନ୍ତାର ବିଷୟ ହେଉଛି ନେପାଳ ସୀମାକୁ ଲାଗିଥିବା ଲକ୍ଷ୍ମୀପୁର ଖେରି, ପିଲିଭିତ, ଶ୍ରାବସ୍ତି, ସିଦ୍ଧାର୍ଥନଗର ଓ ବହରାଇଚ ବ୍ୟତୀତ ଆଖପାଖ ଅଞ୍ଚଳରେ ୧୦୦୦ରୁ ଅଧିକ ମଦ୍ରାସା ରହିଛି। ସୂତ୍ରରୁ ପ୍ରକାଶ ଯେ ଗତ କିଛି ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ମଦ୍ରାସା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହାବ୍ୟତୀତ ଏହି ମଦ୍ରାସାଗୁଡ଼ିକୁ ବିଦେଶରୁ କୋଟି କୋଟି ଟଙ୍କାର ପାଣ୍ଠି ମିଳୁଛି ।

 

Leave a Reply

Your email address will not be published. Required fields are marked *