Spread the love

 

IMAGE_1701687967

ମରିବାର ଅଛି ଯଦି ବସ୍‌ ତଳକୁ ଯାଇ ମାର୍‌। ମୋ କାର୍‌ର ଦାମ୍‌ ଦେଢ଼ କୋଟି।’ ଏଭଳି କିଛି କହି ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୋହୂ। ବିଚ୍‌ ରାସ୍ତାରେ ବାଇକ୍‌ ଆରୋହୀଙ୍କୁ କରିଛନ୍ତି ଗାଳିଗୁଲଜ। ସମସ୍ତଙ୍କ ସାମ୍ନାରେ ଯାହା ମନକୁ ଆସିଲା ତାହା ବାଇକ୍‌ ଆରୋହୀଙ୍କୁ ଶୁଣାଇଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବାଗୌଡାଙ୍କ ବୋହୂ ତଥା କର୍ଣ୍ଣାଟକ ବିଧାୟକ ଏଚ୍‌ଡି ରେବନ୍ନାଙ୍କ ପତ୍ନୀ ଭବାନୀ ରେବନ୍ନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ବିଚ୍‌ରାସ୍ତାରେ ଭବାନୀ ରେବନ୍ନା ଜଣେ ବାଇକ୍‌ ଆରୋହୀଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି। ତାଙ୍କ କାର୍‌କୁ ବାଇକ୍‌ ଆରୋହୀ ଜଣକ ଧକ୍କା ଦେବା ପରେ ସେ ରାଗି ଯାଇଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଭବାନୀ ରେବନ୍ନା ତାଙ୍କ କାର୍‌କୁ ଧକ୍କା ଦେବା ପରେ ବାଇକ୍ ଆରୋହୀଙ୍କୁ ଅଟକାଇ ବିଚ୍‌ ରାସ୍ତାରେ କହୁଛନ୍ତି, ଯଦି ତୋର ମରିବାକୁ ଇଚ୍ଛା, ଯାଇ ବସ୍‌ ଚାପାରେ ମର୍‌। ମୋ କାର୍‌ ନଷ୍ଟ କରିବାକୁ ତୁ କିଏ? କେବଳ ସେତିକି ନୁହେଁ ଦୁର୍ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ଗ୍ରାମବାସୀଙ୍କ ଉପରେ ମଧ୍ୟ ସେ ରାଗି ଯାଇଛନ୍ତି। ଦେଢ଼କୋଟି ଟଙ୍କାର କାର୍‌ ନଷ୍ଟ ହୋଇଯାଇଥିବା ବେଳେ ସେମାନେ କାହିଁକି ବାଇକ୍‌ ଆରୋହୀଙ୍କ ସୁରକ୍ଷା ପାଇଁ ଚିନ୍ତା କରୁଛନ୍ତି ବୋଲି ଭବାନୀ ରେବନ୍ନା କହୁଥିବା ଶୁଣିବାକୁ ମିଳିଛି।

ବିପରୀତ ପାର୍ଶ୍ୱରୁ ଆସୁଥିବା ଲୋକେ ବାମ ପାର୍ଶ୍ୱରେ ଆସିବା ଉଚିତ। ଦେଖନ୍ତୁ, ସେ କେମିତି ମୋ ଦେଢ଼କୋଟି ଟଙ୍କା ମୂଲ୍ୟର କାର୍‌ ନଷ୍ଟ କରିଦେଲା। ଏ ଗାଡ଼ିରେ ଦାଗଟିଏ ପଡ଼ି ନ ଥିଲା। ଏଇ ଦେଢ଼କୋଟି ଟଙ୍କା ମୂଲ୍ୟର କାର୍‌ର ଯେଉଁ କ୍ଷତି ହେଲା, ତା’ର ଭରଣା କରିବ କିଏ? ବୋଲି ସେ ପ୍ରଶ୍ନ କରିଛନ୍ତି।

ବାସ୍ତବରେ ଜେଡିଏସ୍‌ ନେତା ଭବାନୀ ରେବନ୍ନାଙ୍କ କାର୍‌ ସହ ଏକ ବାଇକ ଧକ୍କା ହୋଇଥିଲା। ଏହାପରେ ଭବାନୀ ରେବନ୍ନାଙ୍କ ଡ୍ରାଇଭର ମଞ୍ଜୁନାଥ ବାଇକ ଆରୋହୀ ଶିବନ୍ନାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ବାଇକ ଆରୋହୀଙ୍କ ବିରୋଧରେ ଧାରା ୧୫୭ ଅନୁଯାୟୀ ସାଲିଗ୍ରାମ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଜାରି ରଖିଛି।

 

Leave a Reply

Your email address will not be published. Required fields are marked *