Spread the love

 

Tihar_1701519264

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ନକଲି କର୍ମଚାରୀ। ଦୀର୍ଘଦିନରୁ ନକଲି କର୍ମଚାରୀମାନେ କାମ କରୁଥିଲେ ହେଁ କାହା ପାଖରେ ଖବର ନଥିଲେ। କିନ୍ତୁ ନିକଟରେ ହୋଇଥିବା ଭେରିଫିକେସନ ଡ୍ରାଇଭ ସମୟରେ ୫୦ ଜଣ କର୍ମଚାରୀଙ୍କ ବାୟୋମେଟ୍ରିକ ପୂର୍ବରୁ ପଞ୍ଜିକୃତ ତଥ୍ୟ ସହ ମେଳ ଖାଇ ନଥିଲା। ଏଥିପାଇଁ ତିହାର ଜେଲ ପ୍ରଶାସନ ୫୦ ଜଣଙ୍କୁ ବରଖାସ୍ତ ନୋଟିସ ପଠାଇଛି।
ବରଖାସ୍ତ ୫୦ ଜଣ କର୍ମଚାରୀଙ୍କ ମଧ୍ୟରେ ୩୯ ଜଣ ୱାର୍ଡେନ, ୯ ଜଣ ଆସିସଷ୍ଟାଣ୍ଟ ସୁପରିନଟେଡେଣ୍ଟ ଓ ୨ ଜଣ ପ୍ରମୁଖ ନର୍ସ ରହିଛନ୍ତି। ଏମାନଙ୍କୁ Delhi Subordinate Services Selection Board (DSSB)ର ନିର୍ଦ୍ଦେଶକ୍ରମେ ବରଖାସ୍ତ ନୋଟିସ ପଠାଯାଇଛି। ଡିଏସଏସବି ତିହାର ଜେଲରେ ନିଯୁକ୍ତି ପାଇଁ ପରୀକ୍ଷା କରିଥିଲା ଓ ୪୫୦ ଜଣ ଆଶାୟୀଙ୍କୁ ୩ଟି ପଦବୀରେ ନିଯୁକ୍ତି ଦେଇଥିଲା।
ଏହି ୪୫୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୫୦ ଜଣଙ୍କ ପରିଚୟ ବାୟୋମେଟ୍ରିକ ତଥ୍ୟରେ ମେଳ ଖାଇନାହିଁ। ତେଣୁ ସେମାନଙ୍କୁ ବରଖାସ୍ତ ନୋଟିସ ପଠାଯାଇଛି। ୫୦ ଜଣ ନକଲି କର୍ମଚାରୀ କାମ କରିବା ଅର୍ଥ, ଏମାନଙ୍କ ପରୀକ୍ଷା ବୋର୍ଡ ନାଁରେ ଆଉ କେହି ନେଇଛି। ଏହାପରେ ସେମାନଙ୍କୁ ତିହାର ଜେଲରେ ନିଯୁକ୍ତି ଦେଇଛି।
ଏବେ ସମସ୍ତ ୫୦ ଜଣଙ୍କ ଉପରେ ୨ ବର୍ଷର ବ୍ୟାନ ଲାଗିଛି। ସେମାନଙ୍କୁ ବରଖାସ୍ତ ନୋଟିସ ପଠାଯାଇ ଗୋଟିଏ ମାସ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି।

 

Leave a Reply

Your email address will not be published. Required fields are marked *